Psalms 141

ସନ୍ଧ୍ୟା ପ୍ରାର୍ଥନା

ଦାଉଦଙ୍କର ଗୀତ।

1ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି; ମୋ’ ପକ୍ଷରେ ସତ୍ୱର ହୁଅ;
ମୁଁ ଡାକିବା ବେଳେ ମୋ’ ରବରେ କର୍ଣ୍ଣ ଦିଅ।
2ସୁଗନ୍ଧି ଧୂପ ପରି ମୋ’ ପ୍ରାର୍ଥନା,
ସନ୍ଧ୍ୟାକାଳୀନ ନୈବେଦ୍ୟ ପରି ମୋହର ହସ୍ତ ଉତ୍ତୋଳନ ତୁମ୍ଭ ଛାମୁରେ ଉପସ୍ଥିତ ହେଉ।

3ହେ ସଦାପ୍ରଭୁ, ମୋ’ ମୁଖ ଆଗରେ ପ୍ରହରୀ ନିଯୁକ୍ତ କର;

ମୋ’ ଓଷ୍ଠାଧରର କବାଟ ରକ୍ଷା କର।
4ଅଧର୍ମାଚାରୀ ଲୋକମାନଙ୍କ ସଙ୍ଗେ ଦୁଷ୍ଟ କ୍ରିୟାରେ
ନିଯୁକ୍ତ ହେବା ପାଇଁ କୌଣସି ମନ୍ଦ ବିଷୟରେ ମୋ’ ଚିତ୍ତକୁ ପ୍ରବର୍ତ୍ତାଅ ନାହିଁ
ଓ ସେମାନଙ୍କ ସୁସ୍ୱାଦୁ ଭକ୍ଷ୍ୟ ଭୋଜନ କରିବାକୁ ମୋତେ ଦିଅ ନାହିଁ।

5ଧାର୍ମିକ ଲୋକ ମୋତେ ପ୍ରହାର କରୁ, ତାହା ମୋ’ ପ୍ରତି ଦୟା ହେବ

ଓ ସେ ମୋତେ ଅନୁଯୋଗ କରୁ, ତାହା ମସ୍ତକରେ ତୈଳ ସ୍ୱରୂପ ହେବ;
ମୋ’ ମସ୍ତକ ତାହା ଅଗ୍ରାହ୍ୟ ନ କରୁ;
ସେମାନଙ୍କର ନାନା ଦୁଷ୍ଟତା ସମୟରେ ମୋହର ପ୍ରାର୍ଥନା ଚଳୁଥିବ।
6ସେମାନଙ୍କ ବିଚାରକର୍ତ୍ତାମାନେ ଶୈଳ ପାର୍ଶ୍ୱରେ ନିକ୍ଷିପ୍ତ ହୋଇଅଛନ୍ତି;
ମୋହର ବାକ୍ୟ ମଧୁର, ଏଣୁ ସେମାନେ ତାହା ଶୁଣିବେ।
7କେହି ଭୂମି ଚାଷ ଓ ବିଦୀର୍ଣ୍ଣ କରିବା ବେଳେ ଯେପରି,
ସେପରି କବର ମୁଖରେ ଆମ୍ଭମାନଙ୍କ ଅସ୍ଥିସବୁ ଛିନ୍ନଭିନ୍ନ ହୋଇଅଛି।

8କାରଣ ହେ ପ୍ରଭୁ, ସଦାପ୍ରଭୁ, ମୋ’ ଦୃଷ୍ଟି ତୁମ୍ଭ ଆଡ଼େ ଅଛି;

ମୁଁ ତୁମ୍ଭଠାରେ ଭରସା ରଖିଅଛି; ମୋ’ ପ୍ରାଣକୁ ଅନାଥ କରି ତ୍ୟାଗ କର ନାହିଁ।
9ମୋ’ ନିମନ୍ତେ ସେମାନଙ୍କ ପାତିତ ଫାନ୍ଦରୁ
ଓ ଅଧର୍ମାଚାରୀମାନଙ୍କ ଯନ୍ତାରୁ ମୋତେ ରକ୍ଷା କର।
ଦୁଷ୍ଟମାନେ ନିଜ ନିଜ ଜାଲରେ ପଡ଼ନ୍ତୁ,
ସେହି ଅବସରରେ ମୁଁ ରକ୍ଷା ପାଏ।
10

Copyright information for OriULB